Odisha Link
Bridging the Missing Links in Odisha

ସରକାରଙ୍କ ବଡ଼ ଘୋଷଣା, ସ୍କୁଲ୍ ଗଲେ ଛାତ୍ରୀଙ୍କୁ ମିଳିବ ଟଙ୍କା

ନୂଆଦିଲ୍ଲୀ: ସ୍କୁଲ ଯିବା ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ସ୍କୁଲ୍ ଗଲେ ଛାତ୍ରୀଙ୍କୁ ମିଳିବ ଟଙ୍କା। ଛାତ୍ରୀଙ୍କୁ ଦୈନିକ ମିଳିବ ୧୦୦ ଟଙ୍କା। ଏଥିସହ ଦ୍ୱାଦଶ ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ସେମାନଙ୍କୁ ପ୍ରଦାନ କରାଯିବ ବାଇକ। ଏନେଇ ଆଜି ଘୋଷଣା କରିଛନ୍ତି ଆସାମ ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱକର୍ମା।

ସୂଚନା ମୁତାବକ, ଆସାମରେ ସ୍କୁଲ ଯିବା ପାଇଁ ଛାତ୍ରୀଙ୍କୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ୟୁଜି ଛାତ୍ରୀଙ୍କୁ ୧୫୦୦ ଓ ପିଜି ଛାତ୍ରୀଙ୍କୁ ୨୦୦୦ଟଙ୍କା ମିଳିବ। ୟୁଜି/ପିଜି ଛାତ୍ରୀଙ୍କ ଆକାଉଣ୍ଟରେ ଜାନୁଆରୀ ଶେଷ ସୁଦ୍ଧା ଟଙ୍କା ଡିପୋଜିଟ୍ କରାଯିବ। ଏହା ଛାତ୍ରୀଙ୍କ ପାଠ୍ୟ ପୁସ୍ତକ କିଣିବାରେ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.