Odisha Link
Bridging the Missing Links in Odisha

ମାହାଙ୍ଗା ଡବଲ ମର୍ଡରର ସିନ୍‌ ରିକ୍ରିଏସନ୍‌

ମାହାଙ୍ଗା: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାର ସିନ୍‌ ରିକ୍ରିଏସନ୍‌ କରୁଛି ପୋଲିସ। ଅଭିଯୁକ୍ତ କେମିତି ହତ୍ୟା କରିଥିଲା ତାହାର ଡେମୋ ଦେଖାଉଛି। ଅଭିଯୁକ୍ତକୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ ସିନ ରିକ୍ରିଏସନ କରୁଛି ପୋଲିସ। ଏଥିସହ ଘଟଣାସ୍ଥଳରୁ ବଡ ଖଣ୍ଡା ଜବତ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି।

କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି। କଟକ ଗ୍ରାମାଞ୍ଚଳ ଥାନା ପୋଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟମାନଙ୍କୁ ପୋଲିସ ଅଜ୍ଞାତ ସ୍ଥାନରେ ଜେରା କରୁଥିବା ଜଣାପଡ଼ିଛି।

ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ପୋଲିସ ଏକ ୫ ଜଣିଆ ଟିମ ଗଠନ କରିଥିଲା। ଗତ ୨ ତାରିଖ ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲା। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ପ୍ରୟାସ ଜାରି ରହିଛି।

Comments are closed.