Odisha Link
Bridging the Missing Links in Odisha

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ, ଜଣେ ଆହତ

ଜଗତସିଂହପୁର: ବୃଦ୍ଧଙ୍କ ଗୁଳିରେ ଅନ୍ୟ ଜଣେ ବୃଦ୍ଧ ଆହାତ। ଏହି ଗୁଳିମାଡ ଘଟଣାଟି ଜଗତସିଂହପୁର ଜିଲ୍ଲା ସଦର ଥାନା ପଳାଷୋଳ ଗାଁରେ ଘଟିଛି। ଆହତ ବୃଦ୍ଧ ପଳାଷୋଳ ଅଞ୍ଚଳର ଅଶୋକ ବିଶ୍ବାଳ ବୋଲି ଜଣାପଡିଛି । ଗୁଳିଟି ଅଶୋକଙ୍କ ମୁଣ୍ଡରେ ବାଜିଛି ଓ ତାଙ୍କୁ ଚିକିତ୍ସା ପାଇଁ ଜଗତସିଂହପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଗତସିଂହପୁର ଗୁଳିମାଡ ହୋଇଛି। ଅଭିଯୁକ୍ତକୁ ପୁଲିସ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତ ପଳାଷୋଳ ଗାଁର ସତ୍ୟ ମହାନ୍ତି ବୋଲି ସୂଚନା ମିଳିଛି। ପୁଲିସ ଅଭିଯୁକ୍ତ ନିକଟରୁ ବନ୍ଧୁକ ଜବତ କରିଛି।

Comments are closed.