Odisha Link
Bridging the Missing Links in Odisha

ଖୁସି ଖବର: ୨୪ଘଣ୍ଟାରେ ରାଜ୍ୟରେ କେହି ବି କରୋନା ସଂକ୍ରମଣରେ ପ୍ରାଣ ହରାଇନାହାନ୍ତି

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ଆସିଲା ଖୁସି ଖବର। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣରେ କେହି ପ୍ରାଣ ହରାଇନାହାନ୍ତି। ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୭ରେ ସ୍ଥିର ରହିଛି।

ଏନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଟ୍ବିଟ୍‌ରେ ଉଲ୍ଲେଖ ରହିଛି ଯେ, ଖୁସି ଖବର ଦୀର୍ଘ ୬ମାସ ପରେ ଜାନୁଆରୀ ୫ ତାରିଖରେ ରାଜ୍ୟରେ କେହି ହେଲେ ବି କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି । ଯେଉଁ କୋଭିଡ୍ ଯୋଦ୍ଧାମାନେ ଅପ୍ରାଣ ଉଦ୍ୟମ କରି ଏହାକୁ ସମ୍ଭବ କରିଛନ୍ତି ଆମେ ସେମାନଙ୍କୁ ସାଲ୍ୟୁଟ୍ କରୁଛୁ।

ପ୍ରକାଶ ଯେ, ୨୬୭୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮୮୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୭୦୬୫୦୭୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

Comments are closed.