ବିପୁଳ ପରିମାଣର ଚୋରା ଦେଶୀ ମଦ ଓ ମାରଣାସ୍ତ୍ର ଜବତ

ଢେଙ୍କାନାଳ: ଢେଙ୍କାନାଳ ପୁଲିସ ଓ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଉଭୟଙ୍କର ମିଳିତ ଚଢ଼ାଉରେ ଚୋରା ଦେଶୀ ମଦ ଓ ମାରଣାସ୍ତ୍ର ଜବତ ହୋଇଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, ଆମ୍ବପଳାସ ଗ୍ରାମ ନିକଟରୁ ଏକ ଦେଶୀ ରନ୍ଧା ମଦ ବୋଝେଇ ବୋଲେରୋ ଗାଡ଼ିକୁ ପୁଲିସ ଜବତ କରିଛି। ଏହି ଗାଡ଼ିରେ ୧୨ଟି ବଡ଼ ବ୍ଲାଡରରେ ଚୋରା ମଦ ୭ଟି ଜରି ବସ୍ତାରେ ବୋଝେଇ ହୋଇ ବାହାରକୁ ଚୋରା ଚାଲାଣ ହେଉଥିଲା। ଗାଡ଼ି ଭିତରୁ ଏକ ଖଣ୍ଡା ଓ ଏକ ଭୁଜାଲି ମଧ୍ୟ ଜବତ କରାଯାଇଛି।
ତେବେ ବୋଲେରୋ ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତି ଗାଡ଼ିରୁ ଡେଇଁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଏନେଇ ପରଜଙ୍ଗ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଥିବା ନେଇ ଥାନା ଅଧିକାରୀ ସୌଭାଗ୍ୟ ସ୍ୱାଇଁ ସୂଚନା ଦେଇଛନ୍ତି।
Comments are closed.