Odisha Link
Bridging the Missing Links in Odisha

ଦେଶରେ କରୋନା: ୧୮,୨୨୨ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଣ୍ଟାରେ ୧୮,୨୨୨ କରୋନା ସଂକ୍ରମିତ ଚିହ୍ନଟ। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୪,୩୧,୬୩୯ ବୃଦ୍ଧି ପାଇଛି‌। ଗତ ୨୪ଘଣ୍ଟାରେ ୨୨୮ଜଣଙ୍କ ମୃତ୍ୟୁ ହୋଇଛି। ଏବେ ଯାଏଁ ଦେଶରେ ୧,୫୦,୭୮୯ ଜଣ କରୋନାରେ ମୃତ୍ୟୁ ହୋଇସାରିଛି। ଏହା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନାଦିଆଯାଇଛି।

ସେହିପରି ଗୋଟିଏ ଦିନରେ ୧୯,୨୫୩ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକୁ ମିଶାଇ କରୋନାରୁ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୫୬,୬୫୧ରେ ପହଞ୍ଚିଛି। ଦେଶରେ ଲଗାତର ଭାବେ କରୋନାର ଆକ୍ଟିଭ୍ କେସ୍‌ ୩ଲକ୍ଷ ତଳେ ରହିଛି। ଏବେ ଦେଶରେ ୨,୨୪,୧୯୦ କରୋନା ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସା ହେଉଛନ୍ତି ।

Comments are closed.