Odisha Link
Bridging the Missing Links in Odisha

ବିନ୍ଦୁସାଗର ସଂହତିର ପ୍ରତୀକ: ନବୀନ

ଭୁବନେଶ୍ବର: ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, “ବିନ୍ଦୁସାଗର ସହର ଆମ ଆଶା, ବିଶ୍ବାସର ପ୍ରମୁଖ ତୀର୍ଥକ୍ଷେତ୍ର । ‘ମହାପ୍ରଭୁଙ୍କ ନୀତିକାନ୍ତି ସହ ବିନ୍ଦୁସାଗର ଓତଃପ୍ରୋତ ଭାବେ ଜଡ଼ିତ।

ସାରା ଭାରତର ତୀର୍ଥକ୍ଷେତ୍ର ବିନ୍ଦୁସାଗର ସହ ଜଡ଼ିତ ହୋଇ ରହିଛି। ଏସବୁ ପାଇଁ ଜାତୀୟ ସଂହତିର ପ୍ରତୀକ ହୋଇଛି ବିନ୍ଦୁ ସାଗର। ସମସ୍ତଙ୍କ ସହଯୋଗରେ ବିନ୍ଦୁ ସାଗର ସ୍ବଚ୍ଛ ହୋଇପାରିବ। ଏକାମ୍ର କ୍ଷେତ୍ରରେ ଅନେକ ଛୋଟବଡ଼ ପୁଷ୍କରିଣୀ ରହିଛି। ଏସବୁ ପୁଷ୍କରିଣୀ ସଫେଇ ପାଇଁ ସମସ୍ତେ ଅଗେଇ ଆସିବା ଉଚିତ।”

Comments are closed.