Odisha Link
Bridging the Missing Links in Odisha

ନୟାପଲ୍ଲୀ ବୃଦ୍ଧା ହତ୍ୟା ଘଟଣା: ୨ ଗିରଫ

ଭୁବନେଶ୍ବର : ଭୁବନେଶ୍ବର ନୟାପଲ୍ଲୀରେ ବୃଦ୍ଧାଙ୍କୁ ହତ୍ୟା ଘଟଣାରେ ପୁଲିସ ୨ ହତ୍ୟାକାରୀକୁ ଗିରଫ କରିଛି। ଏହାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୁଲିସ। ମୁଖ୍ୟ ଅଭିଯୁକ୍ତ ସାଗର ପ୍ରଧାନ ଓ ନାରାୟଣ ମହାନ୍ତିକୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ୍ ଓ ନୟାପଲ୍ଲୀ ଥାନା ପୁଲିସ । ଏ ନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୦୨୦ ମସିହା ସେପ୍ଟେମ୍ବର ମାସ ୨୬ ତାରିଖରେ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରି ସ୍ପଷ୍ଟ ଦିବାଲୋକରେ ଘର ଭିତରୁ ଲୁଟି ନେଇଥିଲେ ସୁନାଗହଣା। ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଗଷ୍ଟ ୧ ତାରିଖରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା।

Comments are closed.