Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ମାଆ- ଝିଅ ମୃତ

ଭବାନୀପାଟଣା: ସଡ଼କ ଦୁର୍ଘଟଣାରେ ମାଆ- ଝିଅ ମୃତ। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭବାନୀପାଟଣା-ଜୁନାଗଡ ରାସ୍ତାରେ ଘଟିଛି। ମାଆ-ଝିଅ ଦୁଇଜଣ ସ୍କୁଟିରେ ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ମୃତ ୨ଜଣଙ୍କ ପରିଚୟ ମିଳି ପାରି ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.