Odisha Link
Bridging the Missing Links in Odisha

ଘର କିଣୁଥିଲେ ସାବଧାନ: ଭୁବନେଶ୍ବରରେ ଗୋଟିଏ ଫ୍ଲାଟକୁ ଦୁଇଜଣଙ୍କୁ ବିକ୍ରି

ଭୁବନେଶ୍ବର : ଭୁବନେଶ୍ବରରେ ଘର କିଣୁଥିଲେ ସାବଧାନ। ଗୋଟିଏ ଫ୍ଲାଟକୁ ଦୁଇ ଜଣଙ୍କୁ ବିକ୍ରି କରୁଛନ୍ତି ବିଲଡର । ବ୍ୟାଙ୍କ୍ ମଧ୍ୟ ଉକ୍ତ ଫ୍ଲାଟ୍‌ ଉପରେ ୨ ଜଣ କ୍ରେତାଙ୍କୁ ଋଣ ମଞ୍ଜୁର କରିଛି। ଏହି ବିଷୟରେ ଉକ୍ତ ଫ୍ଲାଟର ଦୁଇ କ୍ରେତା ଜାଣିବା ପରେ ଜଣେ ଟଙ୍କା ଫେରସ୍ତ ପାଇଁ ଚାହୁଁଥିଲେ କିନ୍ତୁ ବିଲଡର କର୍ଣ୍ଣପାତ କରୁନାହିଁ।

ଶୁଭାଦିତ୍ୟ ବିଲ୍ଡ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ର ମାଲିକ ଶୁଭେନ୍ଦୁ ଦାସଙ୍କ ନାମରେ ଅଭିଯୋଗ ହୋଇଛି। ସେହିଭଳି ବ୍ୟାଙ୍କ ମଧ୍ୟ ବିଲଡର ବିରୋଧରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଅଭିଯୋଗ କରିଛି।

ଶୁଭେନ୍ଦୁ ବରମୁଣ୍ଡା ହାଉସିଂବୋର୍ଡ କଲୋନିରେ କାର୍ଯ୍ୟାଳୟ ଖୋଲିଥିଲେ ଓ ପଳାସୁଣିରେ ତାଙ୍କ ହାଉସିଂ ପ୍ରକଳ୍ପ ଶୁଭାଦିତ୍ୟ ରେସିଡେନସି‌ରେ ଫ୍ଲାଟ୍‌ ବୁକିଂ ପାଇଁ ବିଜ୍ଞାପନ ଦେଇଥିଲେ। ବିଜ୍ଞାପନ ଦେଖି ବ୍ରହ୍ମେଶ୍ବର କଲୋନିରେ ରହୁଥିବା ଜ୍ଞାନରଞ୍ଜନ ପାଣିଗ୍ରାହୀ ଏକ ଫ୍ଲାଟ୍‌ ବୁକିଂ କରିଥିଲେ।

୨୦୧୫ ମସିହାରେ ଶ୍ରୀ ପାଣିଗ୍ରାହୀ ଶୁଭେନ୍ଦୁ ସହ ଚୁକ୍ତି କରିଥିଲେ। ୨୦୧୮ ଶେଷ ସୁଦ୍ଧା ଘର ହସ୍ତାନ୍ତର କରିବାକୁ ଚୁକ୍ତି ହୋଇଥିଲା।ପାଣିଗ୍ରାହୀ ଶୁଭେନ୍ଦୁଙ୍କୁ ୩୫ ଲକ୍ଷ ୬୪ ହଜାର ଟଙ୍କା ଦେଇଥିଲେ। କିନ୍ତୁ ୨୦୧୮ ମସିହାରରେ ଶୁଭେନ୍ଦୁ ଘର ହସ୍ତାନ୍ତର କରିପାରିନଥିଲେ। ଆଉ କିଛି ସମୟ ଅପେକ୍ଷା କରିବାକୁ କହି ସେ ଦିନ ଗଡ଼ାଇ ଚାଲିଥିଲେ।

Comments are closed.