Odisha Link
Bridging the Missing Links in Odisha

୪ ଡିଗ୍ରୀ ତଳେ ୪ ସହର, ୧୮ ତାରିଖ ପର୍ଯ୍ୟନ୍ତ ରହିବ ଶୀତର ଲହରୀ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଛି ଶୀତ। ତେବେ ଏହି ସ୍ଥିତି ୧୮ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫୁଲବାଣୀ ସହ ୪ ସହରର ତାପମାତ୍ରା ୪ ଡିଗ୍ରୀ ତଳେ ରହିଛି।

୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବା ସହ ଉପକୂଳରେ ୧ ଡିଗ୍ରୀ କମିଛି। ଝାରସୁଗୁଡ଼ାର ତାପମାତ୍ରା ୭.୪, କେନ୍ଦୁଝର ୯.୯, ସୋନପୁର ୧୦.୨, ଭବାନିପାଟଣା ୧୦.୫, ସମ୍ବଲପୁର ୧୦.୮, ଦାରିଙ୍ଗବାଡ଼ି ୮.୫ ଡିଗ୍ରୀ, ସୁନ୍ଦରଗଡ଼ ୯ ଡିଗ୍ରୀ ଓ ବଲାଙ୍ଗିରରେ ୧୦ ଡିଗ୍ରୀ ତାପମାତ୍ରା ରହିଥିଲା। କେନ୍ଦୁଝର, ଅନୁଗୁଳ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କୁହୁଡ଼ି ଦେଖିବାକୁ ମିଳିଥିଲା।

Comments are closed.