Odisha Link
Bridging the Missing Links in Odisha

ପରଲୋକରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାପା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଳ ପାଣ୍ଡ୍ୟାଙ୍କ ପିତାଙ୍କ ପରଲୋକ। ଶନିବାର ସକାଳେ ହୃଦଘାତ ହେବା ଫଳରେ ପାଣ୍ଡ୍ୟା ଭାଇଙ୍କ ପିତାଙ୍କ ଦେହାନ୍ତ ହୋଇଛି। ଏହି ଦୁଃଖଦ ଖବର ପାଇ ସୟଦ୍‌ ମୁସ୍ତାକ ଅଲୀ ଟି-୨୦ରେ ବରୋଦା ଦଳର ଅଧିନାୟକ କୃଣାଳ ପାଣ୍ଡ୍ୟା ବାୟୋ ବବଲ ଛାଡ଼ି ଘରକୁ ଯାଇଛନ୍ତି।

ବରୋଦା କ୍ରିକେଟ ସଂଘର ସିଇଓ ଶିଶିର ହଟଗଡି ଏନେଇ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତିଯେ, ପିତାଙ୍କ ମୃତ୍ୟୁ ଖବର ପାଇ କୃଣାଳ ବାୟୋ ବବଲ ଛାଡ଼ି ଘରକୁ ଯାଇଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଓ ବରୋଦା କ୍ରିକେଟ ସଂଘ ହାର୍ଦ୍ଦିକ ଓ କୃଣାଳଙ୍କ ସହ ଏହି ଦୁଃଖଦ ସମୟରେ ଅଛି।

ସୂଚନାଥାଉକି, ହାର୍ଦ୍ଦିକ ଓ କୃଣାଳ କ୍ରିକେଟର ହେବା ପଛରେ ତାଙ୍କ ପିତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଆର୍ଥିକ ସ୍ଥିତି ଖରାପ ଥିବା ସତ୍ତ୍ବେ ପଇସା ଜମାକରି ଦୁଇ ପୁଅଙ୍କୁ କିରଣ ମୋରେ କ୍ରିକେଟ ଏକାଡେମୀ ପଠାଉଥିଲେ।

Comments are closed.