Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ମୋପେଡ୍‌ ଆରୋହୀ ମୃତ

ଝାରସୁଗୁଡ଼ା: ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ। ଏହି ଦୁର୍ଘଟଣାଟି ଝାରସୁଗୁଡ଼ା ସହରର ପ୍ରସନ୍ନ ପଣ୍ଡା ଛକରେ ଘଟିଛି। ଏକ ୧୦ ଜଣେ ମୋପେଡ୍‌ ଆରୋହୀଙ୍କ ଉପରେ ଏକ ୧୦ ଚକିଆ ଟ୍ରକ୍‌ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ମୋପେଡ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଭୁର୍କାମୁଣ୍ଡା ଗ୍ରାମର ବିକ୍ରମ ରୋହିଦାସ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଭୁର୍କାମୁଣ୍ଡା ଗ୍ରାମର ବିକ୍ରମ ମୋପେଡ୍‌ ଯୋଗେଟାଉନ୍‌ ଆଡକୁ ଯାଉଥିଲେ । ସମ୍ୱଲପୁର ଦିଗରୁ ଏକ ଦଶ ଚକିଆ ଟ୍ରକ୍‌ ପଛ ପଟୁ ବିକ୍ରମଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ହିଁ ବିକ୍ରମଙ୍କ ମୃତ୍ୟୁ ହୋଇଥିଲା ।

ଏହା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ, ସଦର ଥାନାଧିକାରୀ ସୁଚିସ୍ମିତା ମହାନ୍ତି, ଝାରସୁଗୁଡ଼ା ଥାନାଧିକାରୀ ସାବିତ୍ରୀ ବଳ, ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଥଣ୍ଡା ପଡିଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ୍‌ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Comments are closed.