ଘୁଞ୍ଚିଲା କୃଷକଙ୍କ ଟ୍ରାକ୍ଟର ରାଲି ଶୁଣାଣି

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୫୪ ଦିନରେ ପହଞ୍ଚିଲାଣି ତଥାପି କୌଣସି ସମାଧାନ ବାହାରୁନି। କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଫଳାଫଳ ବାହାରି ପାରିନି। ଏହାରି ମଧ୍ୟରେ ଚାଷୀଙ୍କ ଟ୍ରାକ୍ଟର ପରେଡ୍ ନେଇ ସୁପ୍ରିମକୋର୍ଟରେ ଣୁଣାଣି ଘୁଞ୍ଚିଛି। ସରକାରଙ୍କ ଆବେଦନ ଉପରେ ଘୁଞ୍ଚିଛି ଶୁଣାଣି। ଆସନ୍ତା ବୁଧବାର ଦିନ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟଙ୍କ କହିବା ମୁତାବକ, ଟ୍ରାକ୍ଟର ମାର୍ଚ୍ଚ ନେଇ ପୋଲିସ ନିଷ୍ପତ୍ତି ନେଉ। ଦିଲ୍ଲୀକୁ କିଏ ଆସିବ ତାହା ପୋଲିସ ଉପରେ ନିର୍ଭର କରୁଛି। ପୋଲିସ ତାହାର ଅଧିକାର ପ୍ରୟୋଗ କରିପାରିବ। ପୋଲିସ କ’ଣ କରିବ, ତାହା କୋର୍ଟ କହିପାରିବ ନାହିଁ।
Comments are closed.