Odisha Link
Bridging the Missing Links in Odisha

ଅର୍ଣ୍ଣବଙ୍କ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର: ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ ଏତଲା। ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅର୍ଣ୍ଣବଙ୍କ ନାଁରେ ଏତଲା ଦେଇଛି ଏନଏସୟୁଆଇ।। ଏତଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫ ଦାବି କରାଯାଇଛି। ଏଥିସହ ଅର୍ଣ୍ଣବଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଉ ବୋଲି କଂଗ୍ରେସ ଦାବି କରିଛି।

ଅର୍ଣ୍ଣବ ଗୋସ୍ୱାମୀ ଓ ପୂର୍ବତନ ବାର୍କ ସିଇଓ ପାର୍ଥଦାସ ଗୁପ୍ତା ମଧ୍ୟରେ ହ୍ଵାଟ୍ସଆପ ଚାଟ୍ ସାର୍ବଜନୀନ ହେବାପରେ ଅସନ୍ତୋଷ ଜାହିର କରିଛି କଂଗ୍ରେସ। ଫୁଲଓ୍ଵାମା ଆକ୍ରମଣ ପରେ ପରସ୍ପର ଖୁସି ମନାଉଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ। ତେଣୁ ଏଭଳି କାର୍ଯ୍ୟକଳାପ ପାଇଁ ଏଥିରେ ସମ୍ପୃକ୍ତଥିବା ସମସ୍ତଙ୍କୁ ଗିରଫ ଦାବି କରିଛି କଂଗ୍ରେସ।

ସୂଚନାଯୋଗ୍ୟ, ୨୩ ଫେବୃଆରୀ ୨୦୧୯ରେ ଅର୍ଣ୍ଣବ ଏବଂ ପୂର୍ବତନ ବାର୍କ ସିଇଓ ପାର୍ଥଦାସ ଗୁପ୍ତାଙ୍କ ମଧ୍ୟରେ ଏକ ଚାଟ ହୋଇଥିଲା। ଯାହା ପୁଲୱାମା ଘଟଣା ପରର ଚାଟ୍ ଥିଲା। ଏଥିରେ ଦୁହିଁଙ୍କ ମଧ୍ୟରେ ବାର୍ତ୍ତାଳାପ ସମୟରେ ଅର୍ଣ୍ଣବ କହିଥିଲେ ଏଥରକ କିଛି ବଡ଼ ହେବାକୁ ଯାଉଛି ଏହା ଉତ୍ତରରେ ପାର୍ଥଦାସ ଗୁପ୍ତା କଣ ପଚାରିବାରୁ ଅର୍ଣ୍ଣବ ପାକିସ୍ତାନ ଆଡ଼କୁ ଇଙ୍ଗିତ କରିଥିଲେ। ଆଉ ଏହି ଚାଟରୁ ପୋଷ୍ଟ ବାରି ହୋଇପଡ଼ୁଥିଲା ଯେ, ପୋଷ୍ଟ ପୁଲୱାମାର ଯୋଜନା ବିଷୟରେ ଅଳ୍ପେ ବହୁତେ ଅର୍ଣ୍ଣବଙ୍କୁ ଜଣା ଥିଲା। ତେବେ ଅର୍ଣ୍ଣବଙ୍କ ଏହି ଚାଟ ସାର୍ବଜାନୀନ ହେବା ପରେ ଅସନ୍ତୋଷ ଜାହିର କରିଛି କଂଗ୍ରେସ।

Comments are closed.