Odisha Link
Bridging the Missing Links in Odisha

ଖୋଲିଲା ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର: କରୋନା କଟକଣା ଭିତରେ ଆଜିଠୁ ଖୋଲିଲା ଘଟଗାଁ ମା’ ତାରିଣୀ ମନ୍ଦିର। କରୋନା କଟକଣା କୋହଳ ହେବା ପରେ ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ଥିବା ବେଳେ ଆଜିି ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର ଖୋଲିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି। କୋଭିଡ୍‌ ଗାଇଡଲାଇନ ସହ ମା’ଙ୍କୁ ଦର୍ଶକ କରିବେ ଶ୍ରଦ୍ଧାଳୁ।

ଆଜି ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଲୋକେ ମାଙ୍କୁ ଦର୍ଶନ କରିପାରିବେ। ୩ ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ। ଦର୍ଶନ ପରେ ୪ନମ୍ବର ଗେଟ ଦେଇ ବାହାରକୁ ବାହାରିବେ।

ସମସ୍ତ ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ କରିବେ। ମନ୍ଦିରରେ ଲକ ସମୟରେ ୨୫ରୁ ୩୦ ଜଣ ଭକ୍ତଙ୍କୁ ହିଁ ଦର୍ଶନ ସୁବିଧା ମିଳିବ। ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ନେବା ପାଇଁ ବାରଣ କରାଯାଇଛି। ୧୦ ବର୍ଷରୁ କ୍‌ ବୟସର ପିଲାଭ୍କୁ ମନ୍ଦିର ଆସିବା ଉପରେ କଟକଣା କଟକଣା କରାଯାଇଛି।

Comments are closed.