Odisha Link
Bridging the Missing Links in Odisha

ଓଲଟିଲା ପିକ୍‌ନିକ୍‌ ଗାଡ଼ି: ୧ ମୃତ, ୧୨ ଆହତ

ମୋହନା: ଘାଟିରେ ଓଲଟିଲା ପିକ୍‌ନିକ୍‌ ଗାଡ଼ି। ଗାଡ଼ି‌ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି।ଗଜପତି-ରାୟଗଡ଼ା ସୀମା ଡୁମ୍ବଲାପଦର ବୁଲାଣିଆ ଘାଟିରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଲେ ଭୁବନେଶ୍ୱରର ସୁନୀଲ ସାହୁ।

ସୂଚନା ମୁତାବକ, ଏକ ଟ୍ରାଭେଲରରେ ୨୦ ଜଣ କୋରାପୁଟ ଗୁପ୍ତେଶ୍ଵର ବୁଲି ଭୁବନେଶ୍ୱର ଫେରୁଥିଲେ। ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଡୁମ୍ବଲାପଦର ବୁଲାଣିଆ ଘାଟିରେ ଓଲଟି ପଡ଼ିଥିଲା। ଏନେଇ ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଏମ୍‌କେସିଜି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ଭୁବନେଶ୍ୱରର ବୋଲି ଜଣାପଡ଼ିଛି।

Comments are closed.