Odisha Link
Bridging the Missing Links in Odisha

ନକଲି ସର୍ଫ ଜବତ, ୨ ବ୍ୟବସାୟୀ ଗିରଫ

ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ନକଲି କାରଖାନାର ପର୍ଦ୍ଦାଫାସ କରୁଛି ପୁଲିସ। ସମ୍ବଲପୁରରେ ନକଲି ସର୍ଫ ଜବତ କରିଛି ପୁଲିସ। ଏହି ମାମଲାରେ ଖେତରାଜପୁରର ବ୍ୟବସାୟୀ ନରେଶ ଅଗ୍ରଓ୍ବାଲ ଓ ବରେଇପାଲି ନୂଆପଡାର ଆଶିଷ ଅଗ୍ରଓ୍ବାଲଙ୍କୁ ଗିରଫ ହୋଇଛନ୍ତି।

ଏହା ସହ ଉଭୟ ନକଲି ସର୍ଫ ଗୋଦାମକୁ ସିଲ୍ କରାଯାଇଛି। ସମ୍ବଲପୁର ଅଇଁଠାପାଲି ପୁଲିସ ବରେଇପାଲି ନୂଆପଡା ସ୍ଥିତ ନକଲି କାରଖାନା ଉପରେ ଚଢାଉ କରି ପାଖାପାଖି ୨୫୦୦୦ ପ୍ୟାକେଟ୍ ସର୍ଫ ଜବତ କରିଥିଲା।

ସମ୍ବଲପୁର ପୁଲିସ ନକଲି ସର୍ଫ ତିଆରି କରୁଥିବା ବ୍ୟବସାୟୀ ଆଶିଷ ଅଗ୍ରଓ୍ବାଲଙ୍କ ଠାରୁ ୨୩୯ ବ୍ୟାଗ୍ ସର୍ଫ ଜବତ କରିଛି । ଗୋଟିଏ ବ୍ୟାଗ୍ ଟେଷ୍ଟ ପରେ ନକଲି ହେବାରୁ ବାକି ସବୁ ୨୩୯ ବ୍ୟାଗକୁ ଟେଷ୍ଟ ପାଇଁ ପଠାଇ ଯାଇଥିଲା। ହିନ୍ଦୁସ୍ଥାନ ୟୁନିଲିଭରର ସର୍ଫ ଏକ୍ସେଲ ବ୍ରାଣ୍ଡର ପ୍ୟାକେଜିଂ କରି ସର୍ଫ ବିକ୍ରି କରାଯାଉଥିଲା।

Comments are closed.