ରଥଯାତ୍ରା ପାଇଁ ତାମିଲନାଡୁରୁ ଆସିବ ଚନ୍ଦନ କାଠ

ପୁରୀ: ରଥଯାତ୍ରା ପାଇଁ ତାମିଲନାଡୁରୁ ଆସିବ ଚନ୍ଦନ କାଠ। ୧ କ୍ୱିଣ୍ଟାଲ ଚନ୍ଦନ କାଠ ତାମିଲନାଡୁରୁ ଆସିବ। ତାମିଲନାଡ଼ୁ ଫରେଷ୍ଟ କଞ୍ଜରଭେସନ ଡିପାର୍ଟମେଣ୍ଟ ପୁରୀ ରଥଯାତ୍ରା ପାଇଁ ଏହି ଚନ୍ଦନ କାଠ ପ୍ରଦାନ କରିବ। ରଥଯାତ୍ରା ପାଇଁ ୧୦ କ୍ୱିଣ୍ଟାଲ ଚନ୍ଦନ କାଠ ମଗାଯାଇଥିଲେ ବି ୧ କ୍ୱିଣ୍ଟାଲ ମିଳିବ ବୋଲି ନୀତି ପ୍ରଶାସକ ଅଜୟ ଜେନା କହିଛନ୍ତି। ଚଳିତବର୍ଷ ବିଶ୍ବ ବ୍ରସିଦ୍ଧ ରଥଯାତ୍ରା ଜୁଲାଇ ୧୨ ତାଣିଖରେ ଅନୁଷ୍ଠିତ ହେବ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର କର୍ପସ ଫଣ୍ଡ ଟଙ୍କା ଜମା ରଖିବା ପାଇଁ ଟେଣ୍ଡର କରାଯିବ। ଏନେଇ ନୀତି ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି। କର୍ପସ ଫଣ୍ଡ ୧୧ କୋଟି ଟଙ୍କା ଜମା ରଖାଯିବା ପାଇଁ ଆସନ୍ତା ୨୧ ତାରିଖରେ ଟେଣ୍ଡର କରାଯିବ। ଟେଣ୍ଡର ପାଇଁ ୧୦ଟି ଜାତୀୟକରଣ ବ୍ୟାଙ୍କକୁ ପ୍ରାଥମିକତା ଦିଆଯିବ ବୋଲି ଅଜୟ ଜେନା କହିଛନ୍ତି।