Odisha Link
Bridging the Missing Links in Odisha

ସାଲିଆସାହିରୁ ଚୋରା ମଦ ଜବତ

ଭୁବନେଶ୍ୱର : ଭୁବନେଶ୍ୱର ସାଲିଆସାହିରୁ ବିପୁଳ ମାତ୍ରାରେ ମଦ ଜବତ। ପ୍ରାୟ ୫ଶହ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଏହା ୧୩ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ଭୁବନେଶ୍ୱର ସାଲିଆସାହି ବସ୍ତିରେ ଚୋରା ମଦ କାରବାର ଚାଲିଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଏହାପରେ ଅବକାରୀ ବିଭାଗ ସାଲିଆସାହିରେ ଚଢାଉ କରିଥିଲା ।

ଏହି ଚଢାଉରେ ଅବକାରୀ ବିଭାଗକୁ ୫ଶହ ଲିଟର ଦେଶୀ ମଦ ଏବଂ ପୋଚ ମିଳିଛି। ଚୋରା ମଦ କାରବାରରେ ସଂପୃକ୍ତି ଥିବା ନେଇ ୧୩ଜଣଙ୍କୁ ଗିରଫ କରାଯାଇଛି ।

Comments are closed.