ଚେନ୍ନାଇରୁ ୨ ଅନ୍ତର୍ଦେଶୀୟ ଡ୍ରଗ୍ସ ବେପାରୀ ଗିରଫ

ଚେନ୍ନାଇ: ଏକ ଅନ୍ତର୍ଦେଶୀୟ ଡ୍ରଗ୍ସ କାରବାର ରାକେଟ ଠାବ। ଆଜି ୨ ଜଣ ଅନ୍ତର୍ଦେଶୀୟ ଡ୍ରଗ୍ସ ବେପାରୀଙ୍କୁ ଚେନ୍ନାଇରେ ଗିରଫ କରାଯାଇଛି।ଏମାନଙ୍କ ନିକଟରୁ ପ୍ରାୟ ୧୦୦ କିଲୋଗ୍ରାମ ହିରୋଇନ୍ ଜବତ କରାଯାଇଛି, ଯାହାର ମୂଲ୍ୟ ୧୦୦୦ କୋଟି ହେବ। ଡ୍ରଗ୍ସ ବେପାରୀ ଶ୍ରୀଲଙ୍କା ନାଗରିକ ବୋଲି ଜଣାପଡିଛି।
ସୂଚନା ମୁତାବକ, ୨ ଜଣ ଅନ୍ତର୍ଦେଶୀୟ ଡ୍ରଗ୍ସ ବେପାରୀଙ୍କ ଡ୍ରଗ୍ ସିଣ୍ଡିକେଟ ପାକିସ୍ତାନ, ଆଫଗାନିସ୍ତାନ, ଇରାନ, ଶ୍ରୀଲଙ୍କା, ମାଲଦ୍ୱୀପ ଏବଂ ଅଷ୍ଟ୍ରେଲିଆରେ ଅବାଧ କାରବାର ଚଳାଇଥିଲା ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ ବିବୃତ୍ତିରେ କହିଛି। ଗିରଫ କରାଯିବା ପରେ ଏମାନଙ୍କ ନିକଟରୁ ପ୍ରାୟ ୧୦୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି, ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୧୦୦୦ କୋଟି। ଏନସିବିର ତଦନ୍ତକାରୀ ଦଳ ଗତ ନଭେମ୍ବର, ୨୦୨୦ରୁ ଏମାନଙ୍କ ଉପରେ ନଜର ରଖିଥିଲା।
ଏନସିବି ଏବଂ ଇଣ୍ଡିଆନ କୋଷ୍ଟଗାର୍ଡ ଆଜି ଟ୍ୟୁଟିକୋରିନ ବନ୍ଦର ନିକଟରେ ଥିବା ଏକ ଜାହାଜକୁ ଅଟକାଇ ଏହାର ଅନୁସନ୍ଧାନ କରି ତା’ମଧ୍ୟରୁ ୯୫.୮୭ କିଲୋଗ୍ରାମ ହେରୋଇନ, ୧୬.୩୨ କିଲୋଗ୍ରାମ ମିଥାମଫେଟାମାଇନ୍, ପାଞ୍ଚଟି ପିସ୍ତଲ ଏବଂ ଗୁଳି ଭର୍ତ୍ତି ମାଗାଜିନ୍ ଉଦ୍ଧାର କରିଥିଲା। ଜାହାଜରେ ଥିବା ଶ୍ରୀଲଙ୍କାର ୬ ଜଣ କ୍ରୁ ସଦସ୍ୟଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ନ୍ୟାୟିକ ହେପାଜତରେ ରଖାଯାଇଛି।