ତାଳଚେରରେ ଅଗ୍ନିକାଣ୍ଡ, ଜଳିଗଲା ୭ ବଖରା

ତାଳଚେର: ତାଳଚେର ପୌରାଞ୍ଚଳ ଅନ୍ତର୍ଗତ କିଶୋରଗଞ୍ଜ ପାଟଣା ସାହିରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୪ଟି ପରିବାରର ୭ ବଖରା ଘର ପୋଡ଼ି ପାଉଁଶ ଯାଇଛି। ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି।
ସୂଚନା ମୁତାବକ, ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ଗ୍ରାମର ସୁବାସ ଦାସ(୪୦), କାହ୍ନୁ ଚରଣ ସାହୁ (୫୫), ତୀରବ କୋର (୫୦) ଓ ସନ୍ତୋଷ ଦାସ (୪୫)ଙ୍କ ଘର ସଂପୁର୍ଣ୍ଣ ପୋଡିଯାଇଛି।
ଗତକାଲି ରାତ୍ରି ଭୋଜନ ପରେ ସମସ୍ତ ପରିବାର ଶୋଇଥିଲେ। ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ ଘରେ ନିଆଁ ଲାଗିଛି। ପରେ ତାଳଚେର ଅଗ୍ନିଶମ ବିଭାଗ ସୂଚନା ଦିଆଯାଇଥିଲା। ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ସେତେବେଳକୁ ଘରଗୁଡ଼ିକରେ ଥିବା ବହୁ ସାମଗ୍ରୀ ପୋଡ଼ିଯାଇଥିଲା।