Odisha Link
Bridging the Missing Links in Odisha

ପୁଣି ନକଲି ଜର୍ଦ୍ଦା ଜବତ

ଭଦ୍ରକ : ପୁଣି ଜବତ ହେଲା ବିପୁଳ ପରିମାଣରେ ନକଲି ଜର୍ଦ୍ଦା। ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ କଲା ପୁଲିସ। ଜବତ ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଛି ।

ପ୍ରକାଶ ଅନୁଯାୟୀ , ପୁରୁଣାବଜାର ଥାନା ଅନ୍ତର୍ଗତ ଛଡ଼ାକ ମହଲା ଅଞ୍ଚଳରେ ଏକ ଘରେ ନକଲି ଜର୍ଦ୍ଦା କାରଖାନା ଚାଲୁଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା ।

ରାତିରେ ପୁରୁଣାବଜାର ପୋଲିସର ଏକ ଟିମ୍ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରି, ବିପୁଳ ପରିମାଣର ନକଲି ଜ଼ର୍ଦ୍ଦା, ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ ଓ ଯନ୍ତ୍ରାଂଶ ସହ ଏଥିରେ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରିଛି ।

Comments are closed.