ତାଲା ଭାଙ୍ଗି ମନ୍ଦିରରୁ ସୁନା ଅଳଙ୍କାର ଲୁଟ୍

କେନ୍ଦ୍ରାପଡ଼ା: ରାଜ୍ୟରେ ଦିନକୁ ଦିନ ଚୋରଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଲୁଟେରା ମାନେ ପ୍ରଥମେ ଘରୁ, ଦୋକାନରୁ ସୁନା ଚୋରି କରୁଥିଲେ। କିନ୍ତୁ ସେମାନେ ମନ୍ଦିରରୁ ମଧ୍ୟ ଚୋରି କରିବାକୁ ପଛାଉ ନାହାଁନ୍ତି। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ରାମନଗର ସ୍ଥିତ ମା’ ରାମଚଣ୍ଡୀ ମନ୍ଦିରରୁ ଚୋରି ହୋଇଛି।
ସୂଚନାନୁସାରେ, ମହାକାଳପଡା ଜମ୍ବୁ ସାମୂଦ୍ରିକ ଥାନା ଅନ୍ତର୍ଗତ ରାମନଗରଠାରେ ଅବସ୍ଥିତ ଦରିଆପାରି ମା’ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ମୁଖ୍ୟଦ୍ୱାର କବାଟ ତାଡି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ହୋଇଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।