Odisha Link
Bridging the Missing Links in Odisha

ଜାତୀୟ ଭୋଟର ଦିବସ

ନୂଆଦିଲ୍ଲୀ: ଆଜି ଜାତୀୟ ଭୋଟର ଦିବସ। ଦେଶବ୍ୟାପୀ ପାଳନ ହେଉଛି ନବମ ଜାତୀୟ ମତଦାନ ଦିବସ। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କୋଭିଡ କଟକଣାରେ କାର୍ଯ୍ୟକ୍ରମ କରିବାକୁ ଏସଓପି ଜାରି ହୋଇଛି।

ଆଜି ଜାତୀୟ ଭୋଟର ଦିବସ ଅବସରରେ ନୂଆ ଭୋଟରମାନଙ୍କୁ ଫଟୋ ପରିଚୟ ପତ୍ର ବଣ୍ଟନ କରାଯିବ। ଦିଲ୍ଲୀ ନିର୍ବାଚନ କମିଶନଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଜାତୀୟ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେହିପରି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ଅବସରରେ ‘ମାଇଁ ଭୋଟ ମ୍ୟାଟର୍ସ’ନାମରେ ଏକ ପତ୍ରିକା ଉନ୍ମୋଚିତ ହେବ। ନିର୍ବାଚନ ପରିଚାଳନାରେ ଉଲ୍ଲେଖନୀୟ ଅବଦାନ ଥିବା ଅଫିସରମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯିବ ।

ବାଂଲାଦେଶ, ଭୁଟାନ, କାଜାଖସ୍ତାନ, ମାଳଦ୍ୱୀପ, ରୁଷ ଏବଂ ଶ୍ରୀଲଙ୍କାର ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ବିଭିନ୍ନ ଦେଶର ରାଜନୈତିକ ଦଳର ପ୍ରତିନିଧିମାନେ, ସାଂସଦ, ରାଷ୍ଟ୍ରଦୂତ ମଧ୍ୟ ସାମିଲ ହେବେ।

Comments are closed.