Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍ଷ୍ମଣନାଥ ସୀମାନ୍ତ ଠାରୁ ୬କିମି ଦୂରରେ ଯାତ୍ରୀ ବସ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ୍ ଡମ୍ପର ଗାଡି଼କୁ ଓଭରଟେକ୍‌ ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ହୋଇଥିଲା। ବସ୍‌ରେ ପ୍ରାୟ ୫୦ରୁ ୬୦ ଯାତ୍ରୀ ଥିବା ସୂଚନା ରହିଛି ।

ପ୍ରକାଶ ଅନୁଯାୟୀ, କଲିକତାରୁ ଅନୁଗୁଳ ଅଭିମୁଖେ ଆସୁଥିଲା ଡାଇମଣ୍ଡ ନାମକ ଏକ ଯାତ୍ରୀବାହୀ ବସ୍‌ । ଏହି ବସ୍‌ରେ ତାଳଚେର, ଅନୁଗୁଳ ଓ ପାରାଦୀପର ପ୍ରାୟ ୫୦ରୁ ୬୦ଜଣ ଯାତ୍ରୀ ଥିଲେ । କିନ୍ତୁ ବସ୍‌ ଜଳେଶ୍ୱର ଲକ୍ଷ୍ମଣନାଥ ସୀମାନ୍ତ ୬କିମି ଦୂରରେ ଥିବା ଅଙ୍ଗୁଆ ଠାରେ ଦୁର୍ଘଟଣାର ଶିକାର ହୋଇଛି।

ଏକ ଡମ୍ପରକୁ ଓଭର ଟେକ୍‌ କରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡିଛି। ପ୍ରାୟ ୧୦ ଫୁଟ ତଳକୁ ବସ୍‌ ଖସିପଡିଛି। ଦୁର୍ଘଟଣା ଖବର ପାଇଁ ପଶ୍ଚିମବଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.