Odisha Link
Bridging the Missing Links in Odisha

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ। ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଜାତୀୟ ପତାକା ଉତ୍ତୋଳନ ସହ ପରେଡ୍ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ। ସମ୍ମାନୀତ ଅତିଥି ଭାବେ ଯୋଗ ଦେଲେ ମୁଖ୍ଯମନ୍ତ୍ରୀ। କୋଭିଡ କଟକଣା ପାଇଁ ଦର୍ଶକଙ୍କୁ ପରେଡ୍ ସ୍ଥଳକୁ ମନା ରହିଛି।

ପ୍ରକାଶ ଯେ, ଆଜି ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ । ଭୁବନେଶ୍ୱରର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଥିଲା । କୋଭିଡ କଟକଣା ପାଇଁ ଦର୍ଶକଙ୍କୁ ପରେଡ୍ ସ୍ଥଳକୁ ମନା ରହିଛି ।

ସକାଳ ୬.୩୦ରୁ ଦିନ୯ଟା ପର୍ଯ୍ୟନ୍ତ ଲୋୟର ପିଏମ୍ ଜିରେ ୧୪୪ ଧାରା ଜାରି କରାଯାଇଛି । ସେହିପରି କଟକ ବାରବାଟୀ ଷ୍ଟାଡିଯମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିଛନ୍ତି । କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ ଛାତ୍ରଛାତ୍ରୀମାନେ ପରେଡରେ ସାମିଲ କରାଯାଇନାହିଁ । ମାତ୍ର ଦୁଇଟି ପୋଲିସ କଣ୍ଟିଜେଣ୍ଟ ପରେଡରେ ଭାଗ ନେଇଛନ୍ତି । ପୋଲିସ ବ୍ୟାଣ୍ଡ ଜାତୀୟ ସଙ୍ଗୀତ ପରିବେଷଣ କରିଛନ୍ତି।

Comments are closed.