Odisha Link
Bridging the Missing Links in Odisha

ଫେବୃଆରି ୮ରୁ ଖୋଲିବ ନବମ ଓ ଏକାଦଶ

ଭୁବନେଶ୍ବର: ଫେବୃଆରି ୮ରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ। ଏହା ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଥମ କରି ଦଶମ, ଯୁକ୍ତ ୨ ଦ୍ଵିତୀୟ ବର୍ଷ ଏବଂ ଶେଷ ସେମିଷ୍ଟାର ପାଇଁ ସ୍କୁଲ ଓ କଲେଜ୍ ଖୋଲା ଯାଇଥିଲା।

ତେବେ ନବମ ଏବଂ ଏକାଦଶ ଶ୍ରେଣୀ ​‌ ଖୋଲିବା ନେଇ ରାଜ୍ୟ ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି।​‌ ଏ ନେଇ ଏସ୍‌ଓପି ଜାରି କରିଛନ୍ତି ରାଜ୍ୟ ସରକାର। ଏସଓପି ଅନୁଯାୟୀ ଫେବୃଆରୀ ୮ରୁ ଏପ୍ରିଲ ୩୦ ତାରିଖ ଯାଏ କ୍ଲାସ ଚାଲିବ। କରୋନା ମହାମାରୀ କାରଣରୁ ଦୀର୍ଘ ମାସ ହେବ ସମସ୍ତ କଲେଜ ଓ ସ୍କୁଲ ବନ୍ଦ ରିହିଥିଲା।

Comments are closed.