Odisha Link
Bridging the Missing Links in Odisha

ମଦ ନିଶାରେ ସ୍ତ୍ରୀର ବେକ କାଟି ହତ୍ୟାକଲା ସ୍ବାମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମ.ଭି. ୭୨ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ସ୍ତ୍ରୀର ବେକ କାଟି ହତ୍ୟାକଲା ସ୍ବାମୀ । ମୃତକ ହେଲେ ବାସନ୍ତୀ ମିସ୍ତ୍ରୀ। ସେମାନେ ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରଠାରୁ ସ୍ବାମୀ ବିମଲ ମଦ ପିଇ ଘରକୁ ଫେରିବା ସହ ନିଜ ସ୍ତ୍ରୀ ସହ ଗଣ୍ଡଗୋଳ କରୁଥିଲା ।

ପ୍ରକାଶ ଯେ, ରବିବାର ରାତିରେ ମଧ୍ୟ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ସୋମବାର ସକାଳେ ନିଶାଶକ୍ତ ଅବସ୍ଥାରେ ବିମଲ ମିସ୍ତ୍ରୀ ନିଜ ସ୍ତ୍ରୀ ବେକକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଏମ.ଭି. ୭୯ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସ୍ଵାମୀ ବିମଲ ମିସ୍ତ୍ରୀକୁ ଗିରଫ କରିଛି ପୁଲିସ।

Comments are closed.