Odisha Link
Bridging the Missing Links in Odisha

ଚଳନ୍ତା ଅଟୋରୁ ଡେଇଁ ମହିଳା ଗୁରୁତର

ପାପଡାହାଣ୍ଡି: ଚଳନ୍ତା ଅଟରୁ ଡେଇଁ ମହିଳା ଗୁରୁତର। ଏହି ଅଭାବନୀୟ ଘଟଣାଟି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ତଣ୍ଡାଗୁଡା ନିକଟରେ ଘଟିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହାତ ଜଣଙ୍କ ହେଲେ ଦୈମତି ଅମନାତ୍ୟ।

ପ୍ରକାଶ ଯେ , ଦୈମତି ଅମନାତ୍ୟ ସ୍ୱାମୀ ଶୋଭା ଅମନାତ୍ୟଙ୍କ ଏକ ଅଟୋ ଯୋଗେ ପାପଡାହାଣ୍ଡି ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସୁଥିଲେ। ତେବେ ତଣ୍ଡାଗୁଡା ଛକ ନିକଟରେ ଦୈମତିଙ୍କ ବ୍ୟାଗ ଖସି ପଡ଼ିଥିଲା ।

ଏହି ସମୟରେ ଦୈମତି ଅଟୋ ଡ୍ରାଇଭରଙ୍କୁ ନ କହି ଚଳନ୍ତା ଅଟୋରୁ ଡେଇଁ ପଡିଥିଲେ। ଯାହାଦ୍ୱାରା ତାଙ୍କ ଡାହାଣ ହାତରେ ଗୁରୁତର ଆଘାତ ଲାଗିଥିଲା। ପରେ ଅଟୋ ଡ୍ରାଇଭର ଓ ସ୍ୱାମୀ ଶୋଭା ଗୁରୁତର ଅବସ୍ଥାରେ ଦୈମତିଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ନ ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।

Comments are closed.