Odisha Link
Bridging the Missing Links in Odisha

ଏପ୍ରିଲ ୧ରୁ ମହଙ୍ଗା ହେବ ସ୍ମାର୍ଟଫୋନ

ଭୁବନେଶ୍ବର : ଦେଶରେ ଏପ୍ରିଲ ୧ରୁ ମହଙ୍ଗା ହେବ ସ୍ମାର୍ଟଫୋନ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୧-୨୨ ପାଇଁ ଘୋଷଣା କରିଛନ୍ତି। ସ୍ମାର୍ଟଫୋନ ଯନ୍ତ୍ରାଂଶ ଓ ଚାର୍ଜର ଉପରେ ସୀମା ଶୁଳକ ବଢାଇଦେଇଛନ୍ତି । କେବଳ ଏତିକି ନୁହେଁ, ଦେଶରେ କାରଖାନା ବସାଇ ସ୍ମାର୍ଟଫୋନ ଉତ୍ପାଦନ କରୁଥିବା ମୋବାଇଲ ଫୋନ କମ୍ପାନିମାନଙ୍କ ଉପରେ ମଧ୍ୟ ୨.୫ ପ୍ରତିଶତ ଟିକସ ବସାଇଛନ୍ତି।

ଏହାଫଳରେ ଉଭୟ ଭାରତ ତିଆରି ଓ ଆମଦାନୀ ହୋଇଥିବା ସ୍ମାର୍ଟଫୋନ ଦର ବଢିବ । ସେହିପରି ମୋବାଇଲ ଫୋନ ଚାର୍ଜରର ସାର୍କିଟ ବୋର୍ଡ ଉପରେ ଉତ୍ପାଦ ଶୁଳକକୁ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବଢାଯାଇଛି । ଫଳରେ ଚାର୍ଜର ଦର ବଢିବ ।

Comments are closed.