Odisha Link
Bridging the Missing Links in Odisha

କେନ୍ଦ୍ରର ରେଳ ଅନୁଦାନ‌ ନୈରାଶ୍ୟଜନକ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ରେଳ ବଜେଟ ଓଡ଼ିଶା ପାଇଁ ନୈରାଶ୍ୟଜନକ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଏନେଇ ମନ୍ତ୍ରୀ ପଦ୍ମନାଭ କହିଛନ୍ତି ଯେ, ଆମେ ୭୨୦୦କୋଟି ମାଗିଥିଲୁ। ବ୍ୟୟ ବରାଦ ମାତ୍ର ୪୫୦୦କୋଟି ହୋଇଛି। ଖୋର୍ଦ୍ଧା-ବଲାଙ୍ଗୀର ପାଇଁ ୫୦୦କୋଟି ମିଶାଇ ୪୫୦୦କୋଟି ମିଳିଛି।

ରେଳ ବଜେଟରେ କୌଣସି ନୂଆ ଲାଇନ ବା ନୂଆ ପ୍ରୋଜେକ୍ଟ ନାହିଁ। ପୁରୀ-କୋଣାର୍କ, ବରଗଡ଼-ନୂଆପଡ଼ା, ଯାଜପୁର-ଆରଡ଼ି ଧାମ ନାମ ନାହିଁ। ତାଳଚେର-ବିମଳାଗଡ଼ ପାଇଁ ମାତ୍ର ୧୦କୋଟି ରହିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ସୂଚନାଯୋଗ୍ୟ ଯେ,  ଓଡ଼ିଶା ପାଇଁ ରେଳ ବଜେଟରେ ୫୫୨୮କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ଟ୍ୱିଟ କରି ସୂଚନା ଦେଇଥିଲେ। ତାଙ୍କ ସୂଚନା ଅନୁଯାୟୀ ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଛି । ୨୦୨୧-୨୨ରେ ଅନୁଦାନ ହାର ୫୬୦% ଅଧିକ ନେଇ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ସୂଚନା ଦେଇଛନ୍ତି।

ନୂଆ ରେଳ ପଥ, ଗେଜ ପରିବତ୍ତନ ଓ ଦୋହରୀକରଣ ଲାଗି ୩୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ୩୯ଟି ପ୍ରକଳ୍ପରେ ୪୮୭୭ କିମି ପାଇଁ ମୋଟ ୬୧, ୯୪୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ଟ୍ୱିଟ କରି ସୂଚନା ଦେଇଥିଲେ।

Comments are closed.