Odisha Link
Bridging the Missing Links in Odisha

ବିଶ୍ୱ କର୍କଟ ଦିବସ: କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆପୋଲୋ ହସ୍ପିଟାଲ୍ ଦ୍ୱାରା ସାଇକ୍ଲୋଥନ୍ ଆୟୋଜନ

ଭୁବନେଶ୍ୱର: ଓଡ଼ିଶା ଅଗ୍ରଣୀ ମଲ୍ଟି ସ୍ପେସିଆଲିଟି ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ଆପୋଲୋ ହସ୍ପିଟାଲ୍ ବିଶ୍ୱ କର୍କଟ ଦିବସ ଅବସରରେ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏକ ମେଗା ସାଇକ୍ଲୋଥେନ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଆପୋଲୋ ହସ୍ପିଟାଲ୍ ଏଣ୍ଟ୍‌ର ପ୍ରାଇଜ୍ ଲିଃର ଆଞ୍ଚଳି ସିିଇଓ ସୁଧୀର ଏମ୍‌. ଦିଗୀକର ପତାକା ଦେଖାଇ ଏହି ସାଇକ୍ଲୋଥେନ୍ ଶୁଭାରମ୍ଭ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମେଡ଼ିକାଲ୍ ସର୍ଭିସେସ୍ ନିର୍ଦ୍ଦେଶକ ଡକ୍ଟର ଆଶିଷ ଚନ୍ଦ୍ର କର୍କଟ ରୋଗରୁ ଆରୋଗ୍ୟ ଲାଭ କରିବା ତଥା ଆୱାକେନର୍ ପ୍ରତିଷ୍ଠାତା ପରଚାଳନା ନିର୍ଦ୍ଦେଶ ସ୍ୱାଗତିକା ଆଚାର୍ଯ୍ୟ, ଟାଟା କନ୍‌ସଲ୍‌ଟାନ୍‌ସି ସର୍ଭିସେସ୍‌ର ଭୁବନେଶ୍ୱର ଡେଲିଭରି ସେଣ୍ଟର୍ ସରିତା ମିଶ୍ର ତଥା ବିଶିଷ୍ଟ ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ଉପସ୍ଥିଥିଲେ। ଏହି ସାଇକ୍ଲୋଥେନ୍‌ରେ ୨୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇ କର୍କଟ ରୋଗର ନିରାକରଣ, ଯତ୍ନ ଏବଂ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରାୟ ୧୫ କିଲୋମିଟର ଯାତ୍ରା କରିଥିଲେ।

 

ପ୍ରତିବର୍ଷ ଫେବ୍ରୁଆରୀ ୪ ତାରିଖ ଦିନ କର୍କଟ ଦିବସ ଭାବେ ପାଳନ କରାଯାଏ ଏବଂ ଏହି ବର୍ଷର ବିଷୟବସ୍ତୁ ହେଉଛି “ଟୁଗେଦର ଅଲ୍ ଆୱାର୍ ଆକ୍ସନ୍ ମ୍ୟାଟର୍‌” ଶିଶୁ ଏବଂ କିଶୋର ମାନଙ୍କ ମଧ୍ୟରେ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆପୋଲୋ ହସ୍ପିଟାଲ୍ ମଧ୍ୟ ଏକ ଅନ୍‌ଲାଇନ୍ ଚିତ୍ରାଙ୍କନ, ରଙ୍ଗ, ପ୍ରବନ୍ଧ ଲେଖା ଏବଂ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରିଥିଲା । ଏହି ପ୍ରତିଯୋଗିତାରେ ୧୭ରୁ ୧୮ ବର୍ଷ ବୟସର ଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବର୍ଗର ବିଜେତାମାନଙ୍କୁ ପୁରସ୍କାର ଏବଂ ସ୍ୱୀକୃତ ପତ୍ର ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଡାକ୍ତର ଶିକ୍ଷାବିତ୍ ତଥା କର୍କୋରେଟ୍ ନେତାମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମରେ ଜଙ୍କ୍‌ଫୁଟ୍ କାରଣରୁ ସ୍ତନ କର୍କଟ ଏବଂ ପେଟ କର୍କଟ ରୋଗର ବିପଦ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । କର୍କଟ ରୋଗର ଚିକିତ୍ସା ଏକ ଜରୁରୀ ସ୍ୱାସ୍ଥ୍ୟସେବା ଆବଶ୍ୟକତା ମଧ୍ୟରୁ ଗୋଟିଏ।

ଭୁବନେଶ୍ୱରର ଆପୋଲୋ କର୍କଟ କେନ୍ଦ୍ର ଓଡ଼ିଶାର ଲୋକମାନଙ୍କ ପାଇଁ ଉପଯୁକ୍ତ ମୂଲ୍ୟରେ କର୍କଟ ରୋଗର ଚିକିତ୍ସା ଯୋଗାଇ ଦେବାକୁ ଉପଯୁକ୍ତ ଅନୁଷ୍ଠାନ ହୋଇପାରିଛି । ଆଞ୍ଚଳିକ ସିଇଓ କହିଛନ୍ତି ଯେ, “ସଚେତନତା ହେଉଛି ରୋଗର ପ୍ରତିରୋଧର ପ୍ରଥମ ପଦକ୍ଷେପ । ମୁଁ ଆଶା କରୁଛି ଆଜି ଆୟୋଜିତ ଏହି ସାଇକ୍ଲୋଥେନ୍ ଏବଂ ଅନ୍ୟାନ୍ୟ ଜନସଚେତନତା କାର୍ଯ୍ୟକ୍ରମ କର୍କଟ ରୋଗ ପ୍ରତିରୋଧ ଯତ୍ନ ଏବଂ ଚିକିତ୍ସା ବିଷୟରେ ଲୋକଙ୍କୁ ଶିକ୍ଷା ଦେବାରେ ସହାୟକ ହେବ।” ଶୀଘ୍ର ଚିହ୍ନଟ ଏବଂ ଉନ୍ନତ ଚିକିତ୍ସାରେ ସାହାର୍ଯ୍ୟକାରୀ କର୍କଟ ସ୍କ୍ରିନିଂ ପାଇଁ ମଧ୍ୟ ସେ ସ୍ୱତନ୍ତ୍ର ପ୍ୟାକେଜ୍ ଲଞ୍ଚ କରିଥିଲେ ।

Comments are closed.