ଝରାଫୁଲ ମୃତ୍ୟୁ ମାମଲା, ବ୍ୟବହୃତ ସ୍କୁଟି ଜବତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି ପୁଲିସ। ତେବେ ଝରାଫୁଲକୁ ନିଆଯାଇଥିବା ସ୍କୁଟରକୁ ଜବତ କରିଛି ଯାଜପୁର ପୁଲିସ। ଭୁବନେଶ୍ୱର ସୁନ୍ଦରପଦାରୁ ସ୍କୁଟରଟି ଜବତ ହୋଇଥିବା ସୂଚନା ମିଳିଛି। ସ୍କୁଟରରେ ଅଭିଯୁକ୍ତ ରାକେଶ ଓ ତାର ସହଯୋଗି ଝରାଫୁଲଙ୍କୁ ନେଇଥିଲେ। ଅଭିଯୁକ୍ତ ରାକେଶ ସ୍ୱାଇଁକୁ ରିମାଣ୍ଡରେ ତଦନ୍ତ ଜାରି ରଖିଛି କୁଆଖିଆ ପୁଲିସ କିନ୍ତୁ ତା ସାଥୀର କୌଣସି ପତ୍ତା ମିଳି ପାରିନାହିଁ।
ପ୍ରକାଶ ଯେ, ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆ ମୂଳାପାଳ ଛକ ନିକଟ ଦିଆଲଖଣ୍ଡ ମୌଜାର ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେମାନେ ମୃତଦେହକୁ ସ୍କୁଟରରେ ଆଣି ଫିଙ୍ଗିଥିବା ପୁଲିସ ସୂଚନା ଦେଇଥିଲା । ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସମ୍ପର୍କ ଥିବା ଝରାଫୁଲଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇଥିଲେ।