Odisha Link
Bridging the Missing Links in Odisha

ରାଜଧାନୀରେ ମୁଣ୍ଡ ବିହୀନ ମୃତ ଦେହ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର। ଏହା ରାଜଧାନୀରେ ଚାଞ୍ଚଲ୍ୟକର ସୃଷ୍ଟି କରିଛି। ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡ଼ରେ ପଡ଼ଛି ମୃତଦେହ। ଘଟଣାସ୍ଥଳରେ କମିଶନରେଟ୍‌ ପୁଲିସର ଏକ ଟିମ୍‌ ପହଁଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ମହିଳାଙ୍କୁ ହତ୍ୟା କରିବା ପରେ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

ମୃତଦେହ ନିକଟରୁ ମହିଳାଙ୍କ ବସ୍ତ୍ର ଓ ବେଡସିଟ୍‌ ଜବତ କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ଘଟଣାସ୍ଥଳରେ ସାଇଣ୍ଟିଫି୍‌କ୍‌ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି।

Comments are closed.