ରାଜ୍ୟରେ ୫୦,୩୭,୨୪୭ ମେଟ୍ରିକ୍ ଧାନ ସଂଗ୍ରହ: ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହ ନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା। ରାଜ୍ୟରେ ମୋଟ ୫୦ ଲକ୍ଷ ୩୭ ହଜାର ୨୪୭ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇସାରିଛି। ଚାଷୀଙ୍କ ଖାତାକୁ ୮୯୯୬.୮୦ କୋଟି ଟଙ୍କା ପ୍ରଦାନର ବ୍ୟବସ୍ଥା ହୋଇଛି। ଏନେଇ ଟ୍ୱିଟ କରି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଅଧୀନରେ ଆଜି ସୁଦ୍ଧା ରାଜ୍ୟରେ ମୋଟ ୫୦ଲକ୍ଷ ୩୭ହଜାର ୨୪୭ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇସାରିଛି।
ସେଥିରୁ ମୋଟ ୮୯୯୬.୮୦କୋଟି ଟଙ୍କା ଚାଷୀମାନଙ୍କ ଖାତାକୁ ମଧ୍ୟ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। #OdishaStandwithFarmers@CMO_Odisha @Food_Odisha @IPR_Odisha
— Ranendra Pratap Swain (@rajaaswain) February 9, 2021