Odisha Link
Bridging the Missing Links in Odisha

ସାଇବର ଠକେଇର ଶିକାର ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ନୂଆଦିଲ୍ଲୀ: ସାଇବର ଠକେଇର ଶିକାର ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ଝିଅ ହର୍ଷିତା କେଜରିୱାଲି। ଏକ ପୁରୁଣା ସୋଫାକୁ ଅନ୍‌ଲାଇନ୍‌ରେ ବିକ୍ରି କରିବା ସମୟରେ ସାଇବର ଲୁଟେରା ତାଙ୍କ ଠାରୁ ୩୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ସୂଚନାମୁତାବକ, ଠକ ବ୍ୟକ୍ତି ଜଣକ ନିଜେ ସୋଫାର ଗ୍ରାହକ ବୋଲି ପରିଚୟ ଦେଇଥିଲା। ପରେ ବିଶ୍ୱାସ ଜନ୍ମାଇବା ପାଇଁ କିଛି ଟଙ୍କା ହର୍ଷିତାଙ୍କ ଝିଅଙ୍କ ଆକାଉଣ୍ଟକୁ ପଠାଇଥିଲା। ଏହାପରେ ହର୍ଷିତାଙ୍କୁ କୋଡ୍‌ ସ୍କାନ୍ କରିବାକୁ କହିଥିଲା। ହର୍ଷିତା ବାର୍‌କୋଡ୍ ସ୍କାନ୍ କରିବା ପରେ ଇନ୍‌ଷ୍ଟଲ୍‌ମେଣ୍ଟରେ ଦୁଇଥର ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥିଲା। ପ୍ରଥମେ ୨୦ ହଜାର ଓ ପରେ ୧୪ ହଜାର ଟଙ୍କା ହର୍ଷିତାଙ୍କ ଆକାଉଣ୍ଟରୁ କଟିଥିଲା।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିବାସ ନିକଟସ୍ତ ସିଭିଲ ଲାଇନ୍‌ ପୋଲିସ୍‌ ଷ୍ଟେସନ୍‌ରେ ଏକ ମାମଲା ରୁଜୁ ହୋଇଛି। ଧୋକା ପୋଲିସ୍ ମଧ୍ୟ ସାଇବର ଠକକୁ ଖୋଜିବା ଆରମ୍ଭ କରିଦେଇଛି।

Comments are closed.