Odisha Link
Bridging the Missing Links in Odisha

ଦିଅରକୁ କଟୁରୀରେ ହାଣିଲା ଭାଉଜ

କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ନହରଣା ପଞ୍ଚାୟତ ନହରଣା ଗାଁରେ ହତ୍ୟାକାଣ୍ଡ। ସାନଭାଇକୁ ହତ୍ୟା କଲେ ବଡ ଭାଇ ପୁଅ,ଭାଉଜ, ସହ ପରିବାରର କିଛି ଲୋକ। ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବିଚିତ୍ରାନନ୍ଦ ପ୍ରଧାନ। ପାଣି ମାଗିଲେବି ଭୟରେ ଗାଁ ଲୋକେ ଦେଲେନାହି ପାଣି ଘଟଣାସ୍ଥଳରେ ବିଚିତ୍ରାନନ୍ଦ ମୃତ୍ୟୁ।

ପରେ ଖବର ପାଇଁ କାକଟପୁର ପୋଲିସ ପହଞ୍ଚି ସବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ। ସାଇଣ୍ଟିଫିକ୍ ଟିମଂର ଆସି ତହନ୍ତ ପରେ ଶବ ବେବଛେଦ କରାଯିବ। ସେପଟେ ବଡ ଭାଇ ଦୁର୍ଯ୍ୟୋଧନ ସହ ପରିବାର ଫେରାର ଅଛନ୍ତି।

ତେବେ ପୂର୍ବରୁ ବିଚିତ୍ରାନନ୍ଦଙ୍କ ନାଁରେ କାକଟପୁର , ଗୋପ ଓ ଅସ୍ତରଙ୍ଗ ଥାନାରେ ଅନେକ ମାମଲା ରହିଛି । ବିଭିନ୍ନ କେସରେ ୧୧ ବର୍ଷ ଜେଲ ଦଣ୍ଡାଦେଶ ଭୋଗିଛି ବିଚିତ୍ରାନନ୍ଦ। ଗତକାଲି ରାତିରେ ଭାଉଜଙ୍କୁ ଅସଦାଚରଣ କରିବାରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।

Comments are closed.