Odisha Link
Bridging the Missing Links in Odisha

ରାମ ମନ୍ଦିର ପାଇଁ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିକୁ ଗୁଳିମାଡ଼

କୋଟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଚାନ୍ଦା ଆଦାୟ କରୁଥିବା ଆରଏସଏସର ଜିଲା ସଂଘ ସଞ୍ଚାଳକ ଦୀପକ ଶାହଙ୍କୁ ଗୁଳି ମାଡ଼। ଏହି ଘଟଣା କୋଟାର ରାମଗଞ୍ଜ ମଣ୍ଡିରେ ମଙ୍ଗଳବାର ରାତିରେ ଘଟିଛି। କିଛି ବ୍ୟକ୍ତି ତାଙ୍କୁ ଚାନ୍ଦାୟ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ।

କିନ୍ତୁ ଦୀପକ ଚାନ୍ଦା ଆଦାୟ ଅଭିଯାନ ବନ୍ଦ ନ କରିବାରୁ ତାଙ୍କୁ ସେମାନେ ଗୁଳିମାଡ଼ କରିଛନ୍ତି। ଆହାତ ଦୀପକଙ୍କୁ କୋଟାର ଏମବିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଦୁଇଟି ଗୁଳି ବାଜିଛି। ଗୋଟିଏ ଗୁଳି ଗୋଡ଼ରେ ଏବଂ ଅନ୍ୟଟି ଜଙ୍ଘରେ ବାଜିଥିବା ଜଣାପଡ଼ିଛି। ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୬/୭ଟାରେ ଦୀପକ ଚାନ୍ଦା ଆଦାୟ କରିବା ଲାଗି ବାହାରିଥିଲେ। ରାତିରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। କିଛି ଦିନ ତଳେ ଜଣେ ବ୍ୟକ୍ତି ତାଙ୍କୁ ଧମକ ଦେଇଥିଲେ। ଦୀପକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ।

Comments are closed.