Odisha Link
Bridging the Missing Links in Odisha

ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାରେ ବକ୍ତବ୍ୟ ରଖିଲେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି। କହିଲେ, ଭାରତକୁ ବିଶ୍ୱରେ ସଶକ୍ତ ହେବାକୁ ପଡ଼ିବ, ତାର ମାଧ୍ୟମ ଆତ୍ମନିର୍ଭର ଭାରତ ଅଟେ। ଏହାସହ ଭୋକାଲ ଫର୍ ଲୋକାଲ ଏବେ ଆତ୍ମନିର୍ଭର ଭାରତର ମୂଳମନ୍ତ୍ର ହୋଇଛି। କେବଳ ଏତିକି ନୁହେଁ, କରୋନା ଏକ ଅଜଣା ଶତ୍ରୁ ଥିଲା, ତା ବିରୋଧରେ ଲଢ଼ିବା ଚାଲେଞ୍ଜ ଥିଲା।

କିନ୍ତୁ ସାରା ଦେଶ ଏକାଠି ହୋଇ କରୋନା ମହାମାରୀ ସହ ଲଢେଇ କଲା। କିନ୍ତୁ ଏତେ ବଡ଼ ଦେଶକୁ କରୋନା କବଳିତ କଲେ ବିଶ୍ୱର କଣ ହେବ ପ୍ରଶ୍ନ ଉଠୁଥିଲା। ହେଲେ, ଭାରତ କରୋନା ବିରୋଧରେ ଲଢ଼ି ସାରା ବିଶ୍ୱକୁ ଦେଖାଇ ଦେଲା ବୋଲି ନିଜ ବକ୍ତବ୍ୟରେ କହିଲେ ମୋଦି। ସାରା ଦୁନିଆ ସଂତ୍ରସ୍ତ ହେଲା, ଆମେ ବଞ୍ଚିଗଲୁ କାରଣ ଆମ ଉପରେ ଭଗବାନ କୃପା କଲେ ବୋଲି ମୋଦି କହିଛନ୍ତି। ଏହାସହ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ସେହି ଡାକ୍ତର ଏବଂ ନର୍ସ ମାନେ ଆମମାନଙ୍କ ପାଇଁ ଭଗବାନଙ୍କ ଅବତାର ଥିଲେ। କାର ସେମାନଙ୍କ ପାଇଁ ହିଁ ଆମେ ସୁରକ୍ଷିତ ଅବସ୍ଥାରେ ଅଛନ୍ତି। କେବଳ ଏମାନେ ନୁହନ୍ତି ବରଂ ସଫେଇ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର ଭଗବାନଙ୍କ ରୂପରେ ଆସିଥିଲେ।

ସେହି ଭଗବାନରୂପୀଙ୍କ ପ୍ରଶଂସା କଲେ ନିଜ ଭିତରେ ଶକ୍ତି ଆସିବ ବୋଲି କହିଲେମୋଦି। ଏହାସହ କରୋନା କାଳରେ ୨ ଲକ୍ଷ କୋଟି ଟଙ୍କା ଲୋକଙ୍କ ପାଖରେ ପହଞ୍ଚା ଯାଇଛି ବୋଲି ଲୋକସଭାରେ ନିଜ ବକ୍ତବ୍ୟରେ କହିଛନ୍ତି। ଏହାସହ କରୋନା କାଳରେ କୃଷି ସମ୍ପର୍କରେ ତିନୋଟି ଆଇନ ଆଣିଛନ୍ତି କେନ୍ଦ୍ର ସରକାର। ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏହି ଆଇନ ଅଣାଯାଇଥିବା ମୋଦି କହିବା ସହ କେନ୍ଦ୍ର ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରୁଛି ଓ ଆଗାମୀ ଦିନରେ କାମ ମଧ୍ୟ କରିବ ବୋଲି କହିଛନ୍ତି ମୋଦି।

Comments are closed.