Odisha Link
Bridging the Missing Links in Odisha

ରାଜ୍ୟରୁ ସୁସ୍ଥ ହେଲେ ୮୧ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହ ସୁସ୍ଥ ହାର ବଢ଼ିବାରେ ଲାଗିଛି। ରାଜ୍ୟରୁ ୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଖୋର୍ଧାରୁ ୧୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦ଜଣ, ବାଲେଶ୍ବରରୁ ୭ଜଣ, ବରଗଡ଼ରୁ ୫ଜଣ, ଝାରସୁଗୁଡ଼ାରୁ ୫ଜଣ, ନୂଆପଡ଼ାରୁ ୫ଜଣ, ସମ୍ବଲପୁରରୁ ୫ଜଣ, କଟକରୁ ୪ଜଣ, ପୁରୀରୁ ୪ଜଣ, ସୁବର୍ଣ୍ଣପୁରରୁ ୪ଜଣ, ରାୟଗଡ଼ାରୁ ୩ଜଣ, ଗଞ୍ଜାମରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୨ଜଣ, ମୟୁରଭଞ୍ଜରୁ ୨ଜଣ, ଅନୁଗୁଳରୁ ଜଣେ, ବଲାଙ୍ଗୀରରୁ ଜଣେ, ଦେବଗଡ଼ରୁ ଜଣେ, ଜଗତସିଂହପୁରରୁ ଜଣେ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ ଓ ଷ୍ଟେଟପୁଲରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.