Odisha Link
Bridging the Missing Links in Odisha

ଏଣିକି ସବୁଦିନ ଜଗା ଦର୍ଶନ

ପୁରୀ: ଏଣିକି ସବୁ ଦିନ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନ କରି ପାରିବେ ଭକ୍ତ। ଏହା ସହିତ ରବିବାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଶ୍ରଦ୍ଧାଳୁ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ। ଅନ୍ୟ ୩ ଦ୍ୱାର ଦେଇ ମନ୍ଦିରରୁ ବାହାରି ପାରିବେ। ସକାଳ ୬ଟାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। ପୂର୍ବରୁ ପୁରୀବାସୀଙ୍କୁ ସକାଳ ୬ଟାରୁ ୭ଟା ଯାଏ ଦର୍ଶନ ସୁଯୋଗ ମିଳୁଥିଲା। ଏଣିକି ସମସ୍ତେ ଦର୍ଶନ କରିପାରିବେ।

ପୂର୍ବଭଳି ଧାଡ଼ି ଦର୍ଶନ ବ୍ୟବସ୍ଥା ଜାରି ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। କିଛି ଶ୍ରଦ୍ଧାଳୁ ମନ୍ଦିର ଭିତରେ ଛେପ, ଖଙ୍କାର ପକାଉଛନ୍ତି। ଧରାପଡ଼ିଲେ ଏକ ହଜାର ଟଙ୍କା ଜରିମାନା ନିଆଯିବ। ଏଥିପାଇଁ ସ୍କ୍ୱାଡ୍ ଗଠନ କରାଯିବ। ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି।

ଏହା ଛଡ଼ା ଉତ୍ତର ଦ୍ୱାର ନିକଟରେ ଥିବା ଜୋତା, ବ୍ୟାଗ ରଖିବା ସ୍ଥାନରେ ଶ୍ରଦ୍ଧାଳୁ ଜିନିଷପତ୍ର ରଖିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ୧୨ ତାରିଖରୁ ନୂଆ ବ୍ୟବସ୍ଥା ଲାଗୁ ହେବ। ଆନନ୍ଦବଜାରରେ ଭକ୍ତ ମହାପ୍ରସାଦ ଖାଇପାରିବେ। ଭକ୍ତ ଶ୍ରୀଜିଉଙ୍କ ପଦ୍ମ ବେଶ ଦର୍ଶନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି।

Comments are closed.