Odisha Link
Bridging the Missing Links in Odisha

ହିଞ୍ଚିଳିକାଟୁରେ ୨୮କୋଟିର ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଚିଳିକାଟୁରେ ୨୮କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିଞ୍ଜିଳିକାଟୁ ଆରଏମସି ପରିସରରେ ୧୬କୋଟି ୭୭ଲକ୍ଷ ୪୧ହଜାର ଟଙ୍କାରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ, ୩କୋଟି ୨୧ଲକ୍ଷ ୭୬ ହଜାର ଟଙ୍କାରେ ନିର୍ମିତ ବସ୍‌ ଟର୍ମିନାଲ, ୮୫ଲକ୍ଷ ୫୬ହଜାର ଟଙ୍କାରେ ନିର୍ମିତ ଆରଏମସି ମାର୍କେଟ କମ୍ପ୍ଲେକ୍ସ, ୧ କୋଟି ୬୨ଲକ୍ଷ ୬୯ହଜାର ଟଙ୍କାରେ ନିର୍ମିତ ନେତାଜୀ ପାର୍କ, ୧ କୋଟି ୧୩ ଲକ୍ଷ ୧୧ ଟଙ୍କାରେ ଅତ୍ୟାଧୁନିକ ଆମିଷ ବଜାର ଓ ୪୦ଲକ୍ଷ ଟଙ୍କାରେ ବ୍ୟୟରେ ନିର୍ମିତ ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତବିନୋଦନ କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏ ଅବସରେ ନବୀନ କହିଛନ୍ତି, କରୋନା ବିରୋଧରେ ଗଞ୍ଜାମ ଜିଲ୍ଲା ସାହସର ସହ ଲଢ଼ିଛି।

ଗଞ୍ଜାମର ସଫଳତା ସାରା ବିଶ୍ୱ ପାଇଁ ଉଦାହରଣ। ଏବେସୁଦ୍ଧା କରୋନା ଦୂର ହୋଇନାହିଁ, ଏଣୁ ଆମକୁ ସାବଧାନ ହୋଇ ଚଳିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପିଲାମାନେ ଏ ଜାତିର ଭବିଷ୍ୟତ, ଦେଶର ଭବିଷ୍ୟତ। ଶିକ୍ଷା କ୍ଷେତ୍ରରେ ହିଞ୍ଜିଳିକାଟୁ ଆଗକୁ ଯାଉ, ଏହା ମୋର ଲକ୍ଷ୍ୟ ବୋଲି କହିଛନ୍ତି ନବୀନ। ସେହିଭଳି ତାଳସାରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ୩୬କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଳସାରି ବେଳାଭୂମିର ରୂପରେଖ। ଚନ୍ଦନେଶ୍ଵର-ଉଦୟପୁର ତାଳସାରି ବେଳାଭୂମିର ଚାରିପାଖ ହେବ ଆଲୋକୀକରଣ। ଏଥିସହ ତାଳସାରୀ ଉଦୟପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ। ଏଥିପାଇଁ ଭିଡିଓ କନଫରେନ୍ସ ଜରିଆରେ ୩୬ କୋଟି ଟଙ୍କା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ତାଳସାରୀ ଉଦୟପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ କରାଯିବାର କାର୍ଯ୍ୟକ୍ରମ ରହିଛି।

Comments are closed.