Odisha Link
Bridging the Missing Links in Odisha

ବ୍ରହ୍ମପୁର କୋର୍ଟରେ ହାଜର ହେଲେ ପାଠକ ବାପ ଓ ପୁଅ

ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ପାଠକ ବାପ ଓ ପୁଅ। ନିଲମ୍ବିତ ଆଇଏଫଏସ୍ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ବର ଝାରପଡ଼ା ଜେଲରୁ ନେଇ କୋର୍ଟରେ ହାଜର କରିଛି ପୋଲିସ।

ଉଭୟଙ୍କ ନାଁରେ ଗୋଳନ୍ଥରା ଥାନାରେ ୩ଟି ମାମଲା ରହିଛି। ଗୋଳନ୍ଥରା ଥାନାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲାଗିଥିବା ମାମଲାରେ ପାଠକ ବାପ-ପୁଅଙ୍କୁ ସଂଶ୍ଲିଷ୍ଟ କରିଛି ପୋଲିସ୍। ଏହି ମାମଲାରେ ଉଭୟଙ୍କୁ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ।

Comments are closed.