Odisha Link
Bridging the Missing Links in Odisha

କରୋନା ଟିକାକରଣ ପରେ ଦେଶରେ ଲାଗୁ ହେବ ସିଏଏ: କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍। ଆଜି ପଶ୍ଚିମବଙ୍ଗରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା ଏହି ବଡ ଘୋଷଣା କରିଛନ୍ତି। ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଶାହା ଫୁଲ୍ ଦମରେ ଟାର୍ଗେଟ କରିଛନ୍ତି।

ଏହା ସହିତ ଅମିତ ଶାହା କହିଛନ୍ତି ଯେ, ଟିକାକରଣ ପରେ ସିଏଏକୁ ଲାଗୁ କରାଯିବ। ଏହାଦ୍ୱାରା ସଂଖ୍ୟାଲଘୁଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ବିରୋଧୀମାନେ ଜାଣିଶୁଣି ସେମାନଙ୍କୁ ଭ୍ରମିତ କରୁଛନ୍ତି ବୋଲି ଶାହା କହିଛନ୍ତି। ଏଥିସହ ସିଏଏ ଆସିବା ପରେ କରୋନା ଚାଲିଆସିଲା। ଯେଉଁ କାରଣରୁ ସରକାର ଏହାକୁ ଲାଗୁ କରିପାରିନଥିଲେ। ଟିକାକରଣ ଶେଷ ହେବା ପରେ ସରକାର ସିଏଏ ଲାଗୁ କରିବେ।

ଏହା ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଶାହ କହିଛନ୍ତି, ସିଏଏକୁ ଦିଦି ମିଛ ପ୍ରତିଶ୍ରୁତି ବୋଲି କହୁଛନ୍ତି। ହେଲେ ଆମେ ଯାହା କରୁ ତା କରି ଦେଖାଉ। ମମତା ବାନାର୍ଜୀ ବି ଏହାକୁ ବିରୋଧ କରିପାରିବେନି। କାରଣ ଆସନ୍ତା ନିର୍ବାଚନ ପରେ ସେ ଆଉ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇନଥିବେ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି। ଏହାପୂର୍ବରୁ ଶାହା ସେଠାରେ ପରିବର୍ତ୍ତନ ଯାତ୍ରା କରିଛନ୍ତି। ପଶ୍ଚିମବଙ୍ଗ ହାତେଇବାକୁ ବିଜେପି ଏଥର ଜୋରଦାର କସରତ କରୁଛି। ଯେଉଁ କାରଣରୁ ମମତାଙ୍କୁ ଟାର୍ଗେଟ କରି ଶାହା ଆଜି ଏହି ବଡ ଘୋଷଣା କରିଛନ୍ତି।

Comments are closed.