Odisha Link
Bridging the Missing Links in Odisha

ପୋଷ୍ଟର ଲଗାଯିବା ଉପରେ ପ୍ରତିକ୍ରିୟା ରଖିଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ନିଖୋଜ ନେଇ ପୋଷ୍ଟରମରା ଘଟଣା ଏବେ ନୂଆ ମୋଡ଼ ନେଇଛି। ପୋଷ୍ଟର ମାରିଥିବା ଦୁଇ ଜଣ ସାଂସଦ ଅପରାଜିତାଙ୍କ ଅତି ଘନିଷ୍ଠ ବୋଲି ସୂଚନା ମିଳିଛି। ସବୁଠାରୁ ବଡ଼ କଥା ହେଉଛି ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ସାଂସଦଙ୍କ ପିଏ। ଧନେଶ୍ୱର ବାରିକ ଅପରାଜିତାଙ୍କ ପିଏ ହୋଇଥିବା ବେଳେ ଜ୍ୟୋତିରଞ୍ଜନ ପଣ୍ଡା ଅପରାଜିତାଙ୍କ ଅତି ଏକାନ୍ତ ଅନୁଗତ ବୋଲି କୁହାଯାଉଛି।

ତେବେ ସାଂସଦ ଦିଲ୍ଲୀରେ ଥିବା ବେଳେ କାହିଁକି ତାଙ୍କ ନାଁରେ ଏମିତି ପୋଷ୍ଟର ମରାଗଲା। ଦୁହେଁ ଅପରାଜିତାଙ୍କ ଘନିଷ୍ଠ ସତ୍ୱେ କାହିଁକି ପୋଷ୍ଟର ମାରିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି। ମାତ୍ର ଏହି ଘଟଣା ଅସନ୍ତୋଷକୁ ସୂଚାଉଛି। ତେବେ ପୁରୁଣା ଭୁବନେଶ୍ୱର କାନ୍ଥବାଡ, ଗଳିକନ୍ଦିରେ ସାଂସଦ ଅପରାଜିତାଙ୍କ ଫଟୋଥିବା ପୋଷ୍ଟର ଲାଗିଥିବା ଆଜି ଦେଖିବାକୁ ମିଳିଥିଲା। ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ଏକାମ୍ରକ୍ଷେତ୍ରର ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିରରେ ଲାଗୁ କରିବାକୁ ପ୍ରସ୍ତାବ ରହିଛି।

ଏହି ପ୍ରସଙ୍ଗକୁ ନେଇ କାହିଁକି ସାଂସଦ ମୁହଁ ଖୋଲୁ ନାହାନ୍ତି ବୋଲି ପୋଷ୍ଟରରେ ଲେଖା ଥିଲା। ବିରୋଧ ପରେ ପୁରୀ ଶ୍ରୀମନ୍ଦିରରୁ ଏହି ବାଇ-ଲ’ ହଟିଛି। ହେଲେ ଏହାକୁ କାହିଁକି ଭୁବନେଶ୍ୱର ସାଂସଦ ଅପରାଜିତା ବିରୋଧ କରୁ ନାହାନ୍ତି ବୋଲି ଭୁବନେଶ୍ୱର ବାସିନ୍ଦା ମତ ରଖିଛନ୍ତି। ସେପଟେ ନିଖୋଜ ପୋଷ୍ଟର ମାରିବା ଘଟଣାରେ ପ୍ରତିକ୍ରିୟା ରଖି ଅପରାଜିତା ଷଡ଼ଙ୍ଗୀ କହିଛନ୍ତିି ଭୁବନେଶ୍ୱରବାସୀ ତାଙ୍କୁ ଖୋଜୁଥିବା ଜାଣି ସେ ଖୁସି । ସଂସଦର ଅଧିବେସନ ସରିବା ପରେ ଭୁବନେଶ୍ୱର ଯାଇ ଏକ୍ରାମ ସ୍ଥିତି ଅନୁଧ୍ୟାନ କରିବେ । ଆଉ ଉକ୍ତ ଘଟଣାରେ ତାଙ୍କ ପିଏକୁ ବାନ୍ଧିଛି ପୋଲିସ।

Comments are closed.