ଟଙ୍କା ପାଇଁ ଜ୍ବାଇଁ ଆଖି ତାଡିଲା ଶ୍ୱଶୁର

ନୟାଗଡ଼: କରଜ ଟଙ୍କା ଶୁଝି ନ ପାରିବାରୁ ଜ୍ବାଇଁ ଆଖି ତାଡିନେଲେ ଦାଦା ଶ୍ୱଶୁର। ଏହି ଘଟଣାଟି ନୟାଗଡ଼ ସଦର ଥାନା ଅନ୍ତର୍ଗତ ସଜନାପଡ଼ା ଗାଁରେ। ପ୍ରାକଶ ଯେ, ନୟାଗଡ଼ ସଦରଥାନା ଅନ୍ତର୍ଗତ ସଜାନାପଡ଼ା ଗାଁର ପ୍ରମୋଦ ରାଉତରାୟ ଷଠିଆପଲ୍ଲୀ ଗ୍ରାମରେ ବିବାହ କରିଥିଲେ।
ପ୍ରମୋଦ ଅସୁବିଧା ସମୟରେ ନିଜ ଦାଦା ଶଶୁରଙ୍କଠାରୁ ୨୦ ହଜାର ଟଙ୍କା ଧାର ଆଣିଥିଲେ। କିଛି ମୂଳ, ସୁଧ ଶୁଝିଥିବା ବେଳେ କିଛି ବାକି ଥିଲା। ଏହାପରେ ଦାଦା ଶ୍ୱଶୁରଙ୍କ ପୁଅ ପ୍ରମୋଦଙ୍କୁ ଷଠିଆପଲ୍ଲୀ ଗ୍ରାମକୁ ଡାକି ନେଇଥିଲେ। ସେଠାରେ ପ୍ରଥମେ ପ୍ରମୋଦଙ୍କୁ ଚର୍ଚ୍ଚା କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବାକି ଟଙ୍କାକୁ ନେଇ ବଚସା ହୋଇଥିଲା ।
ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରମୋଦଙ୍କ ଦାଦା ଶ୍ୱଶୁର ଓ ତାଙ୍କ ପୁଅ କିଛି ବ୍ୟକ୍ତିଙ୍କୁ ଲଗାଇ ତାଙ୍କ ଆଖି ତାଡ଼ି ନେଇଥିଲେ। ଏନେଇ ପାଖରେ ଥିବା ତାଙ୍କ ଶ୍ୱଶୁର ଘର ଲୋକ କିଛି ସୁରାଗ ପାଇପାରି ନ ଥିବା ବେଳେ ଚିତ୍କାର ଶୁଣି ବାହାରକୁ ଆସିଥିଲେ। ଏହାପରେ ପ୍ରମୋଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଏହି ଘଟଣା ପରଠୁ ପ୍ରମୋଦଙ୍କ ଦାଦା ଶ୍ୱଶୁର ଓ ତାଙ୍କ ପୁଅ ଫେରାର ହୋଇଯାଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କର ଟେର ପାଇପାରି ନାହିଁ।