Odisha Link
Bridging the Missing Links in Odisha

ପାର୍ଟିରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା, ୪ ଗିରଫ

ନୂଆଦିଲ୍ଲୀ: ଜନ୍ମଦିନ ପାର୍ଟିରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା। ଏହି ଘଟାଣାଟି ଦିଲ୍ଲୀର ମଙ୍ଗଳପୁରୀ ଅଞ୍ଚଳରେ ଘଟିଛି। ମୃତ ହେଲେ ରିଙ୍କୁ ଶର୍ମା। ତାଙ୍କୁ ୪ଜଣ ଚାରି ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ପ୍ରକାଶ ଯେ , ରିଙ୍କୁ ଶର୍ମା ଏକ ଘରୋଇ ନର୍ସିହୋମରେ ଟେକନିସିଆ ଭାବେ କାର୍ଯ୍ୟ କରନ୍ତି। ଜନ୍ମଦିନ ପାର୍ଟିରେ ରିଙ୍କୁ ଓ ଅନ୍ୟ ଜଣେ ସାଙ୍ଗ ମଧ୍ୟରେ ବଚସା ହୋଇଥିଲା । ଏହି ଘଟଣାକୁ ନେଇ ଅନ୍ୟ ସାଙ୍ଗ ଜଣଙ୍କ ଆଉ ୩ ଜଣଙ୍କ ସହ ମିଶି ରିଙ୍କୁଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ରିଙ୍କୁଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ରିଙ୍କୁଙ୍କ ପେଟରେ ଗଭୀର କ୍ଷତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଏହି ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଥିବା ଜଣାପଡ଼ିଛି ।

Comments are closed.