Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ରକ୍ତ ଛିଟା, ସେବାୟତ ଓ ସହାୟକ ମାରପିଟ୍

ପୁରୀ: ଶ୍ରୀମନ୍ଦିରରେ ରକ୍ତ ଛିଟା। ଜଣେ ଯାତ୍ରୀ ସହାୟକ ଓ ସେବାୟତଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ସହାୟକଙ୍କ ମୁଣ୍ଡରେ କୁଡୁଆ ଛେଚି ଦେଲେ ସେବାୟତ। ଏଭଳି ଏକ ଅଭାବନୀୟ ଘଟିଛି ଶ୍ରୀମନ୍ଦିର ଭିତରେ ଫଳରେ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ରକ୍ତର ଛିଟା ଲାଗିଛି। ଗୁରୁତର ସହାୟକ ହେଉଛନ୍ତି ଦାମୋଦର ଗୋଛିକାର। ଦାମୋଦରଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଜଣାପଡିଛି।

ସାମାନ୍ୟ ବଚସାରରେ ଉତ୍ତ୍ୟକ୍ତ ହୋଇ ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡ଼ୁଆରେ ଯାତ୍ରୀ ସହାୟକଙ୍କ ଦାମୋଦର ଗୋଚ୍ଛିକାରଙ୍କ ମୁଣ୍ଡକୁ ଛେଚି ଦେଇଛନ୍ତି। ଆହତ ଯାତ୍ରୀ ସହାୟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣା ନେଇ ଅଭିଯୋଗ ପରେ ପୁରୀ ସିଂହଦ୍ୱାର ପୋଲିସ ତଦନ୍ତ ଜାରି ରଖିଛି। ଯାତ୍ରୀ ସହାୟକଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆଙ୍କୁ ପୋଲିସ ଅଟକ ରଖିଛି।

Comments are closed.