Odisha Link
Bridging the Missing Links in Odisha

ବୃଦ୍ଧ ବାପା-ମା’ଙ୍କ ଯତ୍ନ ନନେଲେ କଟିବ ୩୦ ପ୍ରତିଶତ ଦରମା

ନୂଆଦିଲ୍ଲୀ: ଆପଣମାନେ ନିଶ୍ଚୟ ଶୁଣିଥିବେ ବାପା-ମା’ଙ୍କ ପରିଣତ ବୟସରେ ତାଙ୍କ ପିଲାମାନେ ତାଙ୍କର ଉଚିତ୍‌ ଯତ୍ନ ନେଉ ନଥିବାର। ଏପରିକି ବୃଦ୍ଧ ବାପା-ମାଙ୍କୁ ପଚାରୁ ନଥିବାର। ହେଲେ ଏପରି କରୁଥିବା ପିଲାମାନଙ୍କୁ ଉଚିତ୍‌ ଦଣ୍ଡ ଦେବା ପାଇଁ ବାହାରିଛି ଭଲ ଉପାୟ। ମହାରାଷ୍ଟ୍ରର ଲାତୁର ଜିଲ୍ଲା ପରିଷଦରେ ନିଜ ବୁଢା ବାପା-ମାଙ୍କ ଯତ୍ନ ନେଉନଥିବା କର୍ମଚାରୀଙ୍କ ଦରମା କଟାଯାଇଛି। ଏଠାର ସଭାପତି ରାହୁଲ ବୋନ୍ଦ୍ରେ କହିଛନ୍ତି ଯେ, ସେ ୭ ଜଣ କର୍ମଚାରୀଙ୍କୁ ଏମିତି ଦଣ୍ଡ ଦେଇଛନ୍ତି।

ରାହୁଲ ବୋନ୍ଦ୍ରେ ଗଣମାଧ୍ୟମକୁ କହିଛନ୍ତି କି ତାଙ୍କ ୧୨ ଜଣ କର୍ମଚାରୀଙ୍କ ବିରୁଦ୍ଧରେ ନିଜ ପିତା-ମାତାଙ୍କ ଠିକରେ ଯତ୍ନ ନେଉନଥିବା ଅଭିଯୋଗ ମିଳିଥିଲା। ଏହି ୧୨ ଜଣଙ୍କ ମଧ୍ୟରୁ ୬ କର୍ମଚାରୀ ପେସାରେ ଶିକ୍ଷକ ଥିଲେ। ଏହି କର୍ମଚାରୀଙ୍କ ଦରମା ପ୍ରତି ମାସରେ ୩୦ ପ୍ରତିଶତ ବେତନ କାଟି ପିତା-ମାତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଛି।

ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବରରେ ଲାତୁର ଜିଲ୍ଲା ପରିଷଦର ମହାସଭାରେ ନିଜ ପିତା-ମାତାଙ୍କ ଯତ୍ନ ନେଉନଥିବା କର୍ମଚାରୀଙ୍କ ଦରମାରୁ ୩୦ ପ୍ରତିଶତ କାଟ୍ ପ୍ରସ୍ତାବ ପାରିତ ହୋଇଥିଲା। କିନ୍ତୁ ଡିସେମ୍ବର ୨୦୨୦ରୁ ଏହାକୁ ଲାଗୁ କରାଯାଇଛି ବୋଲି ରାହୁଲ କହିଛନ୍ତି।

Comments are closed.